ପଞ୍ଜୀକରଣ
କରୋନା ଭୂତାଣୁ
(କୋଭିଡ -୧୯)
କୋଭିଡ ୧୯ ହେଉଛି ଏକ ସଂକ୍ରାମକ ରୋଗ ଯାହା ବାୟୁ ଦ୍ଵାରା ବ୍ୟାପିଥାଏ ଏବଂ ଆପଣଙ୍କ ଫୁସଫୁସ ଉପରେ ପ୍ରଭାବ ପକାଇପାରେ। ଏହା କରୋନା ଭୂତାଣୁ ଦ୍ୱାରା ହୋଇଥାଏ |
ସଂକ୍ରମଣର ସାଧାରଣ ଲକ୍ଷଣ ମଧ୍ୟରେ ଜ୍ୱର, କାଶ, ନିଶ୍ୱାସ ପ୍ରଶ୍ୱାସ ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ଅନ୍ତର୍ଭୁକ୍ତ | ଗୁରୁତର ସଂକ୍ରମଣ ନିମୋନିଆ, ଶ୍ଵାସକ୍ରିୟ କ୍ରିୟାରେ ଅସହ୍ୟ ଯନ୍ତ୍ରଣା, କିଡନୀ ନଷ୍ଟ ଏବଂ ମୃତ୍ୟୁର କାରଣ ମଧ୍ୟ ହୋଇପାରେ।
ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ନିୟମିତ ହାତ ଧୋଇବା, କାଶ ଓ ଛିଙ୍କ ସମୟରେ ପାଟି ଏବଂ ନାକକୁ ଘୋଡାଇବା, ମାଂସ ଏବଂ ଅଣ୍ଡାକୁ ଭଲ ଭାବରେ ରାନ୍ଧନ୍ତୁ। କାଶ ଏବଂ ଛିଙ୍କ ଭଳି ଶ୍ୱାସ ରୋଗର ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖନ୍ତୁ।
ଆପଣଙ୍କର କ'ଣ ଜାଣିବା ଦରକାର ?
କୋଭିଡ-୧୯ ସଂକ୍ରମଣ
ଯେହେତୁ ଏହା ଏକ ନୂତନ ରୋଗ, କରୋନା ଭୂତାଣୁ ଜଣକଠାରୁ ଅନ୍ୟଜଣକୁ କିପରି ବ୍ୟାପେ ଆମେ ଏହି ପ୍ରଣାଳୀ ସମ୍ପୂର୍ଣ୍ଣ ଭାବେ ଜଣାପଡ଼ିନାହିଁ । ତେବେ ଏଭଳି ଭୂତାଣୁ କାଶ ବୁନ୍ଦାରେ ବ୍ୟାପିଥାଏ।
ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଜଣକଠାରୁ ଅନ୍ୟଜଣକୁ ବ୍ୟାପିଥାଏ
କରୋନା ଭୂତାଣୁ ମୁଖ୍ୟତଃ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ ବୋଲି ଅନୁମାନ କରାଯାଏ | ପରସ୍ପର ସହିତ ଘନିଷ୍ଠ ସମ୍ପର୍କ ଥିବା ଲୋକଙ୍କ ମଧ୍ୟରେ ଏହା ହୋଇପାରେ |
ସଂକ୍ରମିତ ସ୍ଥାନ କିମ୍ବା ବସ୍ତୁ ସଂସ୍ପର୍ଶରେ ଆସିଲେ କିମ୍ବା ସ୍ପର୍ଶ କଲେ
ଜଣେ ବ୍ୟକ୍ତି କୋଭିଡ ୧୯ ଭୁତାଣୁଥିବା ସ୍ଥାନ କିମ୍ବା ବସ୍ତୁ ସଂସ୍ପର୍ଶରେ ଆସିବା ପରେ ନିଜ ପାଟି, ନାକ କିମ୍ବା ଆଖି ଛୁଇଁବା ଦ୍ଵାରା ସଂକ୍ରମିତ ହୋଇପାରନ୍ତି।
ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କିବା ଦ୍ଵାରା ସଂକ୍ରମଣ ସମ୍ଭାବନା ରହିଛି
କରୋନା ଭୂତାଣୁ ମୁଖ୍ୟତଃ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ ବୋଲି ଅନୁମାନ କରାଯାଏ | ପରସ୍ପର ସହିତ ଘନିଷ୍ଠ ସମ୍ପର୍କ ଥିବା ଲୋକଙ୍କ ମଧ୍ୟରେ ଏହା ହୋଇପାରେ |
କରୋନା ଭୂତାଣୁର ଲକ୍ଷଣ
କୋଭିଡ ୧୯ର ସାଧାରଣ ଲକ୍ଷଣ ହେଉଛି ଜ୍ୱର, ଥକା ପଣ ଏବଂ ଶୁଷ୍କ କାଶ | କେତେକ ରୋଗୀଙ୍କର ଶରୀର ଯନ୍ତ୍ରଣା , ନାସିକା ସଂକ୍ରମଣ, ନାକରୁ ସିଙ୍ଘାଣି ବାହାରିବା, ଗଳା ଯନ୍ତ୍ରଣା କିମ୍ବା ଡାଇରିଆ ହୋଇପାରେ | ଏହି ଲକ୍ଷଣଗୁଡ଼ିକ ସାଧାରଣତଃ ସାମାନ୍ୟ ଏବଂ ଧୀରେ ଧୀରେ ଆରମ୍ଭ ହୁଏ |ସଂକ୍ରମଣର ୨-୧୪ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଇପାରେ |କିନ୍ତୁ ଅଧିକାଂଶ ଲୋକ ବିନା କୌଣସି ଲକ୍ଷଣ ଥାଇ ମଧ୍ୟ ସଂକ୍ରମଣର ଶିକାର ହୋଇପାରନ୍ତି |
ଜ୍ୱର
ଅତ୍ୟଧିକ ଜ୍ୱର – ଏହାର ଅର୍ଥ ନିଜ କପାଳ କିମ୍ବା ପିଠିକୁ ସ୍ପର୍ଶ କଲେ ତୁମେ ସାମାନ୍ୟ ଠାରୁ ଅଧିକ ଉଷ୍ମତା ଅନୁଭବ କରୁଛ (ତୁମର ତାପମାତ୍ରା ମାପିବା ଆବଶ୍ୟକ ନାହିଁ) | ଏହା ଏକ ସାଧାରଣ ସଙ୍କେତ ଏବଂ ଯଦି ଆପଣ ସଂକ୍ରମିତ ହୋଇଥାନ୍ତି ତେବେ ୨ରୁ୧୦ ଦିନରେ ମଧ୍ୟ ଲକ୍ଷଣ ଦେଖା ଦେଇପାରେ |
କଫ
କ୍ରମାଗତ କାଶ – ଏହାର ଅର୍ଥ ଏକ ଘଣ୍ଟାରୁ ଅଧିକ ସମୟ ପାଇଁ ଅଧିକ କାଶ, କିମ୍ବା ୨୪ ଘଣ୍ଟା ମଧ୍ୟରେ ୩ ପର୍ଯ୍ୟାୟ କିମ୍ବା ଅଧିକ କାଶ ହେବା। (ଯଦି ଆପଣଙ୍କର ସାଧାରଣତଃ କାଶ ହେଉଛି, ଏହା ସାଧାରଣ ଅପେକ୍ଷା ଅଧିକ ହୋଇପାରେ) |
ନିଶ୍ୱାସ ପ୍ରଶ୍ୱାସରେ ସ୍ୱଳ୍ପତା
ନିଶ୍ୱାସ ନେବାରେ ଅସୁବିଧା – କୋଭିଡ ୧୯ ସଂକ୍ରମିତ ପ୍ରତ୍ୟେକ ୬ ଜଣଙ୍କ ମଧ୍ୟରୁ ପ୍ରାୟ ୧ ଜଣ ଗୁରୁତର ଅସୁସ୍ଥ ହୋଇ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି| (ସାଧାରଣତଃ ମିନିଟ ପ୍ରତି ଶ୍ୱାସକ୍ରିୟା ସଂଖ୍ୟା ବୃଦ୍ଧି ଦ୍ୱାରା ଜଣାଶୁଣା) |
ପ୍ରତିରୋଧ ଏବଂ ଉପଦେଶ
କରୋନା ଭୂତାଣୁ (କୋଭିଡ-୧୯) ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଟୀକା ନାହିଁ | ରୋଗକୁ ରୋକିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଏହି ଭୂତାଣୁ ସଂସ୍ପର୍ଶରେ ନ ଆସିବା | WHO ୱେବସାଇଟରେ ଏବଂ ଆପଣଙ୍କ ଜାତୀୟ ତଥା ସ୍ଥାନୀୟ ଜନସ୍ୱାସ୍ଥ୍ୟ ପ୍ରାଧିକରଣ ମାଧ୍ୟମରେ ଉପଲବ୍ଧ କୋଭିଡ ୧୯ ସଂକ୍ରମଣ ବିଷୟରେ ସର୍ବଶେଷ ସୂଚନା ବିଷୟରେ ଅବଗତ ରୁହନ୍ତୁ |
ବାରମ୍ବାର ହାତ ଧୁଅନ୍ତୁ
ନିୟମିତ ଆଲକୋହଲ ଯୁକ୍ତ ହ୍ୟାଣ୍ଡ ରବ କିମ୍ବା ସାବୁନରେ ଅତି କମରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୁଅନ୍ତୁ।
ସାମାଜିକ ଦୂରତା ବଜାୟ ରଖନ୍ତୁ
କାଶ କିମ୍ବା ଛିଙ୍କୁଥିବା ବ୍ୟକ୍ତିଙ୍କ ଠାରୁ ଅତି କମରେ ୨ ମିଟର (୬ ଫୁଟ) ଦୂରତା ବଜାୟ ରଖନ୍ତୁ | ଯଦି ଆପଣ ଅତି ନିକଟତର ହେବେ ସଂକ୍ରମିତ ହେବାର ସମ୍ଭାବନା ରହିଛି ।
ମୁହଁ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ
ହାତ ଦ୍ଵାରା ସଂକ୍ରମଣର ସମ୍ଭାବନା ଅଧିକ ରହିଛି। ହାତରୁ ଆଖି, ନାକ କିମ୍ବା ପାଟିକୁ ଭୂତାଣୁ ଯାଇପାରେ ଏବଂ ଆପଣ ଅସୁସ୍ଥ ହୋଇପାରନ୍ତି ।
ଶ୍ୱାସକ୍ରିୟାରେ ସ୍ୱଚ୍ଛତା ଅଭ୍ୟାସ କରନ୍ତୁ
କାଶିବା କିମ୍ବା ଛିଙ୍କିବା ସମୟରେ କହୁଣୀରେ ମୁହଁକୁ ଘୋଡାଇ ରଖନ୍ତୁ କିମ୍ବା ଟିସୁ ବ୍ୟବହାର କରନ୍ତୁ।
ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୁଅନ୍ତୁ।
- ଯଦି ଆପଣ ଅସୁସ୍ଥ ଅଛନ୍ତି ତେବେ ଘରେ ରୁହନ୍ତୁ – ଅସୁସ୍ଥ ଥିଲେ ଚିକିତ୍ସା ପାଇଁ ବାହାରକୁ ଯିବା ବ୍ୟତୀତ ଅତ୍ୟାବଶ୍ୟକ ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ |
- ପାଟି ଏବଂ ନାକକୁ ଘୋଡାନ୍ତୁ – କାଶିବା ଏବଂ ଛିଙ୍କିବା ସମୟରେ ଟିସୁ ବ୍ୟବହାର କରନ୍ତୁ (ବ୍ୟବହୃତ ଟିସୁକୁ ଆବର୍ଜନା କୁଣ୍ଡରେ ପକାନ୍ତୁ) କିମ୍ବା ମୁହଁକୁ ନିଜ କହୁଣୀ ମଧ୍ୟରେ ରଖନ୍ତୁ |
- ଯଦି ଆପଣ ଅସୁସ୍ଥ ଅଛନ୍ତି କିମ୍ବା ଆପଣ ବାହାରକୁ ଯାଉଛନ୍ତି ତେବେ ଫେସମାସ୍କ ପିନ୍ଧନ୍ତୁ – ଅନ୍ୟମାନଙ୍କ ସହ ଥିବା ସମୟରେ (ଯଥା, ଗୋଟିଏ କୋଠରୀରେ ଅନ୍ୟସହ ରହୁଥିଲେ କିମ୍ବା ଏକାଧିକ ଲୋକଙ୍କ ସହ ଯାତ୍ରା ସମୟରେ ) ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସ୍ଥାନକୁ ପ୍ରବେଶ ପୂର୍ବରୁ ଆପଣ ମାସ୍କ ପିନ୍ଧିବା ଉଚିତ୍ |
- ବାରମ୍ବାର ସ୍ପର୍ଶ କରାଯାଉଥିବା ପୃଷ୍ଠଗୁଡ଼ିକୁ ସଫା ରଖିବା ସହ ବିଶୋଧନ କରନ୍ତୁ – ଏଥିରେ ଫୋନ୍, ଟେବୁଲ୍, ଲାଇଟ୍ ସୁଇଚ୍, କବାଟ ଶିକୁଳୀ, ହ୍ୟାଣ୍ଡେଲ, ଡେସ୍କ, ଶୌଚାଳୟ, ସିଙ୍କ, ଏଟିଏମ୍ ଏବଂ କୀବୋର୍ଡ୍ ଇତ୍ୟାଦି ଅନ୍ତର୍ଭୁକ୍ତ |
- ଅପରିଷ୍କାର ସ୍ଥାନକୁ ସଫା କରନ୍ତୁ – ବିଶୋଧନ ପୂର୍ବରୁ ଡିଟରଜେଣ୍ଟ କିମ୍ବା ସାବୁନ୍ ଏବଂ ପାଣି ବ୍ୟବହାର କରନ୍ତୁ |
- ସ୍ଥାନୀୟ କୋଭିଡ ୧୯ ପରିସ୍ଥିତି ବିଷୟରେ ଅବଗତ ରୁହନ୍ତୁ – ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ନିଜ ଅଞ୍ଚଳର କୋଭିଡ ୧୯ ସ୍ଥିତି ସମ୍ପର୍କରେ ସର୍ବଶେଷ ତଥ୍ୟ ରଖନ୍ତୁ |
- ବିଶେଷ ଭାବେ ଆବର୍ଜନା ପାତ୍ରର ବ୍ୟବହାର – ଯଦି ସମ୍ଭବ, ଅସୁସ୍ଥ ବ୍ୟକ୍ତିଙ୍କ ବ୍ୟବହାର ପାଇଁ ଆବର୍ଜନା ପାତ୍ର ରଖନ୍ତୁ। ଅଳିଆ ବ୍ୟାଗ ଉଠାଇବା, ଏବଂ ଆବର୍ଜନା ପରିଚାଳନା ଏବଂ ପରିଷ୍କାର ସମୟରେ ଗ୍ଲୋଭସ୍ ବ୍ୟବହାର କରନ୍ତୁ |
ହାତ ଧୋଇବା ପାଇଁ ସୋପାନ
ଅନୁସରଣ କରନ୍ତୁ
ହାତରେ ସାବୁନ ଲଗାନ୍ତୁ
ପାପୁଲିରୁ ପାପୁଲିକୁ
ଆଙ୍ଗୁଠି ମଧ୍ୟରେ
ହାତକୁ ଫେରନ୍ତୁ
ପାଣିରେ ହାତ ସଫା କରନ୍ତୁ
କଚଟି ଉପରେ ଧ୍ୟାନ ଦିଅନ୍ତୁ
ନିଜକୁ ସୁରକ୍ଷିତ ରଖନ୍ତୁ
ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ନିଜକୁ ସୁରକ୍ଷିତ ରଖିବା ପାଇଁ ବାରମ୍ବାର ହାତ ସଫା କରନ୍ତୁ, ଘନିଷ୍ଠ ସମ୍ପର୍କରୁ ଦୂରେଇ ରୁହନ୍ତୁ, କାଶ ଏବଂ ଛିଙ୍କ ସମୟରେ ମୁହଁ ଘୋଡାନ୍ତୁ, ନିଜ ଚଳପ୍ରଚଳ ସ୍ଥାନକୁ ନିୟମିତ ବିଶୋଧନ କରନ୍ତୁ । କୋଭିଡ ୧୯ ସଂସ୍ପର୍ଶରେ ନ ଆସିବା ହିଁ ସୁସ୍ଥ ରହିବାର ସବୁଠାରୁ ଭଲ ଉପାୟ ।
ଘନିଷ୍ଠ ସମ୍ପର୍କରୁ ଦୂରେଇ ରୁହନ୍ତୁ
ମୁହଁକୁ ସ୍ପର୍ଶ କରନ୍ତୁ ନାହିଁ
ସମାବେଶରୁ ଦୂରେଇ ରୁହନ୍ତୁ
ବାରମ୍ବାର ହାତ ଧୁଅନ୍ତୁ
ଅଧିକ ପାଣି ପିଅନ୍ତୁ
ମୁହଁରେ ମାସ୍କ ବ୍ୟବହାର କରନ୍ତୁ
ସାଧାରଣ ପ୍ରଶ୍ନ
ଏବଂ ଉତ୍ତର
ମୁଁ କେତେବେଳେ ଓଡ଼ିଶା ଫେରି ପାରିବି?
ଲକଡାଉନ୍ ପ୍ରତିବନ୍ଧକ ଉଠିବା ପରେ ହିଁ ଆପଣ ଓଡ଼ିଶା ଫେରି ପାରିବେ।
ମୁଁ ଓଡ଼ିଶାରେ ପ୍ରବେଶ କରିବା ପାଇଁ ପଞ୍ଜୀକରଣ ଆବଶ୍ୟକ କି ?
ହଁ । କେବଳ ସରକାରୀ ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ହିଁ ଆପଣ ଗ୍ରାମ ପଞ୍ଚାୟତ କିମ୍ବା ସହରାଞ୍ଚଳରେ ପ୍ରବେଶ କରି ପାରିବେ।
ଓଡ଼ିଶା ଫେରିବା ପାଇଁ ସରକାରୀ ପୋର୍ଟାଲରେ ମୁଁ ପଞ୍ଜୀକରଣ କରିବା କାହିଁକି ଆବଶ୍ୟକ ?
କୋଭିଡ ୧୯ ମହାମାରୀ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ , ସତର୍କତାମୂଳକ ପଦକ୍ଷେପ ଭାବେ ଓଡ଼ିଶା ଫେରୁଥିବା ସମସ୍ତ ବ୍ୟକ୍ତି ୧୪ ଦିନିଆ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ଅଟେ। ସଙ୍ଗରୋଧରେ ରହିବା ପାଇଁ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳରେ ସରକାର ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି।
ସରକାରଙ୍କ ପକ୍ଷରୁ ହୋଇଥିବା ସଙ୍ଗରୋଧ ସହାୟତା ପାଇବା ପାଇଁ ପଞ୍ଜୀକରଣ କରିବା ଜରୁରୀ ।
ମୁଁ କିପରି ପଞ୍ଜୀକରଣ କରିବି ?
ଆପଣ ଏହି - https://covid19regd.odisha.gov.in/ ପୋର୍ଟାଲରେ ନିଜେ ନିଜ ପାଇଁ ପଞ୍ଜୀକରଣ କରିପାରିବେ।
ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପଞ୍ଜୀକରଣ କରିବା ପାଇଁ ସ୍ଵୀକୃତି ଦିଆଯାଇଛି ।
ଆପଣଙ୍କ ପାଇଁ ଆପଣଙ୍କ ଗାଁ କିମ୍ବା ସହରରେ ରହୁଥିବା ପରିବାର ସଦସ୍ୟ/ ବନ୍ଧୁ ପଞ୍ଜୀକରଣ କରିପାରିବେ। ଏଥିପାଇଁ ସେମାନେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ପୌର କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଆବେଦନ କରି ପାରିବେ।
ସଙ୍ଗରୋଧ (Quarantine) କ’ଣ? ମୁଁ କାହିଁକି ସଙ୍ଗରୋଧରେ ରହିବା ଆବଶ୍ୟକ? ସଙ୍ଗରୋଧ କେନ୍ଦ୍ରରେ କ’ଣ ସବୁ ସୁବିଧା ରହିଛି?
ସଙ୍ଗରୋଧ (Quarantine) ର ଅର୍ଥ ହେଉଛି ବ୍ୟକ୍ତି ବିଶେଷଙ୍କୁ ଜନଗହଳିଠାରୁ ଦୂରରେ ଗୋଟିଏ ସ୍ଥାନରେ ରଖି ଲକ୍ଷଣ ଅନୁଶୀଳନ କରି ସଂକ୍ରମିତଙ୍କ ଶୀଘ୍ର ଚିହ୍ନଟ ଏବଂ ସଂକ୍ରମଣ ନିୟନ୍ତ୍ରଣ ।
ବର୍ତ୍ତମାନ କରୋନା ମହାମାରୀ ଭଳି ସଂକ୍ରମଣକୁ ରୋକିବା ପାଇଁ ସଙ୍ଗରୋଧର ଆବଶ୍ୟକତା ରହିଛି । ରାଜ୍ୟ ବାହାରୁ ଆସୁଥିବା ସବୁ ବ୍ୟକ୍ତିଙ୍କ ପାଇଁ ୧୪ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ ଅଟେ।
ଗ୍ରାମ ପଞ୍ଚାୟତ/ ସହରାଞ୍ଚଳରେ ସଙ୍ଗରୋଧ ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ସଙ୍ଗରୋଧ ସମୟରେ ସରକାରଙ୍କ ପକ୍ଷରୁ ରହିବା, ଖାଇବା, ଶୌଚ ସାମଗ୍ରୀ ସହ ଚିକିତ୍ସା ସେବା ଇତ୍ୟାଦି ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ।
ଯଦି ମୁଁ ପଞ୍ଜୀକରଣ କରେ ତେବେ ମୋତେ ଆର୍ଥିକ ପ୍ରୋତ୍ସାହନ ମିଳିବ କି?
ନା । କେବଳ ପଞ୍ଜୀକରଣ କଲେ ଆର୍ଥିକ ପ୍ରୋତ୍ସାହନ ମିଳିବ ନାହିଁ। ସରକାରୀ ପ୍ରକ୍ରିୟା ଏବଂ ସମସ୍ତ ନିୟମର ଅନୁପାଳନ କରି ସଫଳତାର ସହ ୧୪ ଦିନିଆ ସଙ୍ଗରୋଧ ସମାପ୍ତ କଲେ ହିଁ ୨୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଆପଣଙ୍କୁ ମିଳିବ।
ଓଡ଼ିଶାକୁ ଫେରିବା ପାଇଁ ମୁଁ ଏକ ଘରୋଇ ଯାନର ବ୍ୟବହାର କରି ପାରିବି କି ? ଆନ୍ତଃରାଜ୍ୟ ଯାତାୟତ ପାଇଁ ପ୍ରକ୍ରିୟା କଣ?
ହଁ । ଆପଣ ଓଡ଼ିଶାକୁ ଫେରିବା ପାଇଁ ଏକ ଘରୋଇ ଯାନ ବ୍ୟବହାର କରିପାରିବେ। କିନ୍ତୁ ଏଥି ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ଅଟେ ଏବଂ ଘରୋଇ ଯାନରେ ଯାତ୍ରା ପାଇଁ ଆପଣଙ୍କୁ ଏକ ଅନୁମତି ପତ୍ର ଦିଆଯିବ। ଏହି ଅନୁମତି ପତ୍ର ବିନା ଆପଣ ଯାତ୍ରା କରିପାରିବେ ନାହିଁ।
ମୁଁ ଓଡ଼ିଶାରେ ପହଞ୍ଚିବା ପରେ ଆଉ କିଛି ଯାଞ୍ଚ ପ୍ରକ୍ରିୟା କରିବାକୁ ପଡିବ କି ?
ଓଡ଼ିଶାରେ (Arrival Point) (ରେଳ ଷ୍ଟେସନ/ ବସ ଷ୍ଟାଣ୍ଡ / ବିମାନବନ୍ଦର)ରେ ପହଞ୍ଚିବା ପରେ ଦୟାକରି ଆପଣଙ୍କର ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ବା ସହରାଞ୍ଚଳର ନୋଡାଲ୍ ଅଫିସରଙ୍କ ସହିତ ଯୋଗାଯୋଗ କରନ୍ତୁ। ସେମାନେ ଆପଣଙ୍କୁ ସଙ୍ଗରୋଧ ସୁବିଧା ସମ୍ପର୍କରେ ଜଣାଇବେ । ଆପଣଙ୍କୁ ୧୪ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ ପଡିବ। କେବଳ ସଙ୍ଗରୋଧର ସଫଳ ସମାପ୍ତି ପରେ, ଆପଣ ନିଜ ଘରକୁ, ସମ୍ପର୍କୀୟଙ୍କୁ ସାକ୍ଷାତ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ଅନୁମତି ପାଇବେ ।
କୋଭିଡ ୧୯ର କୌଣସି ଲକ୍ଷଣ ମୋର ନାହିଁ। ତଥାପି ମୁଁ ସଙ୍ଗରୋଧରେ ରହିବି କି?
ହଁ । କୌଣସି ଲକ୍ଷଣ ନଥିଲେ ମଧ୍ୟ ଓଡ଼ିଶାକୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୧୪ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ ଅଟେ।
ମୋର କାର୍ଯ୍ୟାରମ୍ଭ ବାଙ୍ଗାଲୋର/ ହାଇଦ୍ରାବାଦରେ ହୋଇଛି। ଯେହେତୁ ମୋର କୌଣସି ଲକ୍ଷଣ ନାହିଁ ଏବଂ ମୋର ସଙ୍ଗରୋଧ ଆଗାମୀ କିଛିଦିନ ମଧ୍ୟରେ ଶେଷ ହେବ, ଏହା ମଧ୍ୟରେ ମୁଁ ଫେରିପାରିବି କି ?
ନା। ଥରେ ଓଡ଼ିଶାକୁ ଫେରିବା ପରେ ଏଠାରେ ଏକ ବାଧ୍ୟତାମୂଳକ ୧୪ ଦିନିଆ ସଙ୍ଗରୋଧରେ ରହିବା ପରେ ହିଁ ଆପଣ ଯାଇପାରିବେ।
ମୁଁ ପଞ୍ଜୀକରଣ କରିବା ପରେ ଏହାକୁ ବାତିଲ କରି ପାରିବି କି?
ହଁ । ପଞ୍ଜୀକରଣ ପରେ ଆପଣ ଏହାକୁ ବାତିଲ କରିପାରିବେ। ଯଦି ଆପଣ ଓଡ଼ିଶାକୁ ଫେରିବାକୁ ଚାହୁଁନାହାନ୍ତି, ତେବେ ନିଜେ ତଥା ନିଜ ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ଦ୍ଵାରା ପୋର୍ଟାଲରେ ବିବରଣୀ ପ୍ରଦାନ ସହ ନିଜ ଗ୍ରାମ ପଞ୍ଚାୟତ/ ସହରାଞ୍ଚଳର ନୋଡାଲ ଅଧିକାରୀଙ୍କୁ ସିଧାସଳଖ ଟେଲିଫୋନ ମାଧ୍ୟମରେ ଜଣାଇ ପାରିବେ।
ପଞ୍ଜୀକରଣ ପରେ ନୋଡାଲ ଅଫିସରଙ୍କ ସବିଶେଷ ବିବରଣୀ ଆପଣଙ୍କୁ ପଠାଯିବ, ଅନ୍ୟପକ୍ଷରେ ଆପଣ ନିମ୍ନ ପ୍ରଦତ୍ତ ଲିଙ୍କକୁ ଯାଇ ନିଜ ନୋଡାଲ ଅଫିସରଙ୍କ ସମ୍ପର୍କରେ ସୂଚନା ପାଇ ପାରିବେ : – https://covid19portal.odisha.gov.in/know-your-nodalofficer/
ଯଦି, ମୁଁ ପଞ୍ଜୀକରଣ ନକରି ଓଡ଼ିଶା ଆସେ ବା ୧୪ ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ନ ରହେ, ତେବେ ମୋ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ?
ଆପଣ ଯଦି ପଞ୍ଜୀକରଣ ନକରି ଓଡ଼ିଶା ଆସନ୍ତି ବା ୧୪ ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ନ ରୁହନ୍ତି ବା ସଙ୍ଗରୋଧ ନିୟମର ଅନୁପାଳନ ଣ କରନ୍ତି , ତେବେ ବିପର୍ଯ୍ୟୟ ପରିଚାଳନା ନିୟମ-୨୦୦୫ର ଅନୁଯାୟୀ ଆପଣଙ୍କ ବିରିଧାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।



